ଧଳା ବିଷ ଚିନି

ଫୋଟ: ଅନ୍ ଫ୍ଲାସ 

 

ବିଶେଷଜ୍ଞମାନଙ୍କ  ମତରେ ଚିନି ର ଅତ୍ୟଧିକ ବ୍ୟବହାର ମେଦ ବହୁଳତା, ଉଚ୍ଚ ରକ୍ତଚାପ, ଟାଇପ୍-୨ ଡାଇବେଟିସ୍ , ଚର୍ବି ଯୁକ୍ତ ଯକୃତ ଓ ବୃକକ ଉପରେ ଅନାବଶ୍ୟକ ଚାପ ପକାଇ  ଥାଏ । ରିଫାଇନ୍ ଚିନି ଏବଂ ଶର୍କରା ପାନୀୟ ଯେପରିକି କୋଲ୍ଡ ପାନୀୟକେନ ଜୁସ୍ସୋଡାଏନାର୍ଜି ଡ୍ରିଙ୍କ୍କେଚପ୍ ଇତ୍ୟାଦି ଖାଦ୍ୟ ରେ  ସଂରକ୍ଷଣ କର୍ତ୍ତା (Preservative) ର ବହୁଳ ମାତ୍ରା ରେ ବ୍ୟବହାର ହେଉଥିବାରୁ ଏହା ରକ୍ତ ର ଶର୍କରା ସ୍ତରକୁ ଶୀଘ୍ର ବଢେଇ ଦେଇ ତଳକୁ ମଧ୍ୟ ଖସାଇ ଦେଇଥାଏ | ତେଣୁ,  ଆମ ଶରୀର ଏହି ଅତିରିକ୍ତ ଶକ୍ତି କୁ ବ୍ୟବହାର କରି ପାରିନଥାଏ ଏବଂ ଏହାକୁ ଚର୍ବି ଆକାରରେ ଶରୀରରେ ଜମା କରି  ଥାଏ। ଅତ୍ୟଧିକ ଚିନି ଶରୀର ରେ  ରକ୍ତ ର ଶର୍କରା ସ୍ତରକୁ ବଢାଇ ଦେଇଥାଏ ଏବଂ  ଏହାକୁ ସ୍ଥିର କରିବା ପାଇଁ ଅଗ୍ନାଶୟ ଉପରେ ଚାପ ପକାଇଥାଏ ଏବଂ ଏହା ମଧୁମେହ ରୋଗ  ସୃଷ୍ଟି କରିଥାଏ |

          ଚିନି ବ  ଧଳା ବିଷ  ଆମ ଶରୀର କୁ ବହୁତ ଖରାପ ଭାବରେ ପ୍ରଭାବ ପକେଇଥାଏ ଯେମିତିକି :-

୧. ଶର୍କରା ଜୀବାଣୁ ବିରୁଦ୍ଧରେ ଲଢିବା ପାଇଁ ଧଳା ରକ୍ତ କଣିକାର କ୍ଷମତା ହ୍ରାସ କରି ଆମ ଶରୀର ର ରୋଗ ପ୍ରତିରୋଧକ ଶକ୍ତି ଓ ଆବଶ୍ୟକ ପୋଷକ ତତ୍ତ୍ଵକୁ ହ୍ରାସ କରିଥାଏ |

୨. ଚିନି ନିମ୍ନ ଘନତା ଲିପୋପ୍ରୋଟେନ୍ (LDL) କୋଲେଷ୍ଟ୍ରୋଲ୍ ଏବଂ ଟ୍ରାଇଗ୍ଲାଇସେରାଇଡ୍ ବଢାଇ ଥାଏ  ଯାହା ଧମନୀକୁ କଠିନ କରିଥାଏ ଏବଂ ହୃଦରୋଗ ସୃଷ୍ଟି କରିଥାଏ |

୩.  ଚିନି ବ୍ୟବହାର ଆମ ପେଟରେ ଏସିଡ୍ ସୃଷ୍ଟି କରେ ଯାହା ଆମର କ୍ଷାରୀୟ ଶରୀର ବିରୁଦ୍ଧରେ ଥାଏ ଏବଂ ଏସିଡ୍ କୁ ସମସ୍ତ ରୋଗର ମାତା ବି କୁହାଯାଏ |

୪. ଚିନି ରେ ପ୍ରୋଟିନ୍ଫାଇବରସୋଡିୟମ୍କ୍ୟାଲସିୟମ୍ଫସଫରସ୍ମ୍ୟାଗ୍ନେସିୟମ୍ଆଇରନ୍ଭିଟାମିନ୍ ଇତ୍ୟାଦି  ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ର ନଥାଏ।

୫. ଅଧିକ  ଚିନି ଆଣ୍ଡ୍ରୋଜେନ୍ ହରମୋନ ର ନିର୍ଗମନ ମାତ୍ରା କୁ ବଢାଇ  ଦେଇଥାଏ ତେଣୁ  ଶରୀର ରେ ତେଲ ର ମାତ୍ରାଧିକ ଉତ୍ପାଦନ ହୋଈ   ପ୍ରଦାହ ଓ ବ୍ରଣ ହେବାର ଆଶଙ୍କା କୁ  ବି ବୃଦ୍ଧି କରିଥାଏ  |

୬. ଆମ ପାଟିରେ ଥିବା ଜୀବାଣୁ ଚିନିମିଠାଉପସ୍ଥିତିରେ କ୍ୟାଭିଟି ସୃଷ୍ଟି କରିଥାଏ ଓ ଦାନ୍ତ କୁ କ୍ଷୟ କରିଥାଏ |

୭. ଏକାଧିକ ଅଧ୍ୟୟନରେ ଦର୍ଶାଯାଇଛି ଯେ ଚିନି ଟ୍ୟୁମର କୋଷ ବଢେଇ କର୍କଟ ଚିକିତ୍ସାରେ ବାଧା ସୃଷ୍ଟି କରେ ।

୮. ଶର୍କରା ପାନୀୟ ପିଇବା ଦ୍ୱାରା ଶରୀରରୁ କ୍ୟାଲସିୟମ ନିର୍ଗମନ ଏବଂ କ୍ୟାଲସିୟମ କ୍ଷୟ ହୋଇଥାଏ ଯାହା ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ବଢେଇ ଦେଇଥାଏ |

୯. ଚିନି ପୁରୁଷମାନଙ୍କରେ ଇଷ୍ଟ୍ରୋଜେନ୍ ଉତ୍ପାଦନ କରିପାରେ – ପିଲା ଓ ବୟସ୍କ ମାନଙ୍କ ସ୍ତନ  ବୃଦ୍ଧି ଏହାର ଏକ ଲକ୍ଷଣ।

୧୦. ମୂଷା ଉପରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଚିନି କୋକେନ୍ ଅପେକ୍ଷା 8 ଗୁଣ ଅଧିକ ନିଶା ଅଟେ, ଚିନି ଖାଇବା ଛାଡିଦେଲେ କୋକେନ ପରି  ଉଦାସୀନତା ଏବଂ ଆଚରଣଗତ ସମସ୍ୟା ଭଳି ପ୍ରତ୍ୟାହାର ଲକ୍ଷଣ ଶରୀର ରେ ପ୍ରକାଶ ପାଏ | 

୧୧. ଚିନି ଅତ୍ୟଧିକ ବ୍ୟବହାର କରିବା  ଦ୍ୱାରା ଫୁସଫୁସ ରେ ଏଲାର୍ଜି ହୋଇ ଶରୀରରେ ଆଜମା ରୋଗ ର ଲକ୍ଷଣ ବଢି ଯାଇ ଥାଏ ଏବଂ  ଆଲଜାଇମର ରୋଗ, ଆଖି ର ଦୃଷ୍ଟିଶକ୍ତି କମିବା , ଅଗ୍ନାଶୟ ରେ କର୍କଟ ରୋଗର ଆଶଙ୍କା ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ ।

 

          ପୁଷ୍ଟିକର ବିଶେଷଜ୍ଞ ମାନଙ୍କ  ମତରେ ଚିନି ଆମ ମୋଟ ଖାଦ୍ୟ ଶକ୍ତିର ୫ ରୁ ଅଧିକ ହେବା ଉଚିତ୍ ନୁହେଁ ତେଣୁଟେବୁଲ୍ ଚିନି ଗ୍ରହଣକୁ ସମ୍ପୂର୍ଣ୍ଣରୂପେ ଏଡାଇବାକୁ ଚେଷ୍ଟା କରନ୍ତୁ ଏବଂ ଖାଣ୍ଟି ପ୍ରକୃତି-ଅନୁକୂଳ ଅଣ-ରାସାୟନିକ ଦ୍ରବ୍ୟ ଗୁଡ, ନଡ଼ିଆ ଚିନିଡେଟ୍ ସୁଗାରମିଶ୍ରମହୁଏବଂ ଷ୍ଟେଭିଆ ଇତ୍ୟାଦି କୁ  ବିକଳ୍ପ ଭାବରେ ଅଳ୍ପ ମାତ୍ରା ରେ ବ୍ୟବହାର କରନ୍ତୁ |


କିଛି ଶିକ୍ଷା ଆପଣଙ୍କର ଶରୀର ପାଇଁ 

1. Drink Your Food

2. 10 Scientific Tips To Stay Healthy


Ankit kumar Mahakur

An effort to help you out to better off your life. You will get to learn here the gist of stories through moral points, Productivity tips along with easy life tips to tandem your body and mind.

Post a Comment (0)
Previous Post Next Post