![]() |
ଫଟୋ ଅନଫ୍ଲାସ ରୁ |
ଭାରତ ପୃଥିବୀ ର ଦ୍ଵିତୀୟ ବୃହତମ “ଚା” ବା “ଚାହା” ଉତ୍ପାଦନକାରୀ ରାଷ୍ଟ୍ର। ଆସାମ ରାଜ୍ୟ ଭାରତ ରେ ଅଧିକ ଚାହା ଉତ୍ପାଦନ କରିଥାଏ । ସିଙ୍ଗପୋ (Singhpo) ପ୍ରଜାତି ର ଲୋକ ମୁଖ୍ୟତଃ ଚାହା ଉତ୍ପାଦନ କରିଥାନ୍ତି। ଏମାନେ ଚାହା ଗଛ ର କଅଁଳିଆ ପତ୍ର କୁ ତୋଳି ଦିନ ର ଖରା ଓ ରାତିର ର କାକର ରେ ୩ ରୁ ୪ ଦିନ ରଖିଥାନ୍ତି । ତାପରେ, ଏକ ବାଉଁଶ ନଳୀ ରେ ରଖି ତା ଭିତରେ ଧୂଆଁ ଦେଖାଇଥାନ୍ତି, ଏବଂ କିଛି ଦିନ ଗଲା ପରେ ସେଥିରୁ “ଚାହା ଗୁଣ୍ଡ” ପ୍ରସ୍ତୁତ କରାଯାଇଥାଏ । ଇଷ୍ଟ ଇଣ୍ଡିଆ କମ୍ପାନି ଭାରତରେ ଚାହା ର ଉତ୍ପାଦନ ଏବଂ ଏହାର ପ୍ରଚାର ପ୍ରସାର ବହୁଳ ମାତ୍ରା ରେ ବୃଦ୍ଧି କରିଥିଲା।
ସାଧାରଣତଃ, ଚାହା ଦୁଇ ପ୍ରକାର ରେ ପ୍ରସ୍ତୁତ କରା ଯାଇଥାଏ କ୍ଷୀର ଚାହା ଓ ନାଲି ଚାହା । ଏହି ଚାହା ରେ ବିଭିନ୍ନ ପ୍ରକାର ମସଲା ଯଥା ଅଦା,
ତୁଳସୀପତ୍ର, ତେଜପତ୍ର, ଗୋଲମରିଚ, ଅଳେଇଚ, ଡାଲଚିନି ଇତ୍ୟାଦି ପକାଇ ମସଲା ଚାହା ପ୍ରସ୍ତୁତ
କରାଯାଏ । ହାଲୁକା ଜ୍ଵର, ଥଣ୍ଡା, ମୁଣ୍ଡ ବ୍ୟଥା, ଗଳା ଦରଜ ,
କାଶ , ଶରୀର ପୀଡା , କାମରେ ଏକାଗ୍ରତା ର ଅଭାବ ଦେଖାଦେଲେ ଲୋକ ମାନେ ମସଲା ଚାହା କୁ ଆପଣେଇ
ଥାନ୍ତି। ଏହା ପ୍ରଦାହକୁ ମଧ୍ୟ ହ୍ରାସ କରିପାରେ |
ଆଜିକାଲି ଚାହା ଧନୀ ଓ ଗରିବ ପ୍ରତ୍ୟେକ ଘରେ ପାନୀୟ ଭାବରେ ବ୍ୟବହାର ହେଇ ଆସୁଛି । ଆଧୁନିକ ବିଜ୍ଞାନ ଓ ଆୟୁର୍ବେଦ ପ୍ରମାଣ କରି ସାରିଛି ଯେ ଅଧିକ ଚାହା ପିଇବା ଶରୀର ପାଇଁ କ୍ଷତିକାରକ ଅଟେ । ଚା ରେ କେଫିନ ଓ ଟାନିନ ବହୁଳ ମାତ୍ରା ରେ ଥାଏ, ଆସନ୍ତୁ ଜାଣିବା ଏହାର ଅପକରିତା ।
1.
ଚାହା ଡିହାଇଡ୍ରେସନ୍( Dehydration) ସୃଷ୍ଟି କରେ, ଯାହା କି
ଶରୀର ରେ ଜଳ ର ମାତ୍ରା କମେଇ ଦେଇଥାଏ | ଚା’ ରେ କଫିନ୍(caffeine) ଥାଏ, ଏହା ଏକ ପ୍ରାକୃତିକ
ଉତ୍ତେଜକ ଏବଂ ଡାଇୟୁରେଟିକ୍(Diuretic) ଯାହା ଆପଣଙ୍କୁ ବାରମ୍ବାର ପରିସ୍ରା କରାଇଥାଏ | ଡାଇୟୁରେଟିକ୍ କୁ ବେଳେବେଳେ “ପାଣି ବଟିକା” କୁହାଯାଏ। ତେଣୁ, ଚାହା
ପିଇବା ଆଗରୁ ଗୋଟିଏ ବା ଦୁଇ ଗ୍ଳାସ ପାଣି ପଈବା ନିହାତି
ଦରକାର ।
2.
ଗର୍ଭବତୀ ଥିବାବେଳେ
ଚା ’ପିଇବା ନିରାପଦ ନୁହେଁ । ଏହା ଗର୍ଭ ଧାରଣ କରିବାରେ
ବାଧା ପ୍ରାପ୍ତ କରିପାରେ ଓ ଯଦିଓ ଛୁଆ ଜନ୍ମ ହୁଏ ତାହାର ଓଜନ କମି ଯାଇପାରେ। ଗର୍ଭବତୀ ମହିଳାମାନେ
କଫିନ୍ କୁ ଶୀଘ୍ର ହଜମ କରିପାରନ୍ତି ନାହିଁ
| ଏହି ସମୟ ମଧ୍ୟରେ, କଫିନ୍ ସହଜରେ ଗର୍ଭାଶୟ ର ପ୍ଲେସେଣ୍ଟା (Placenta) ଅତିକ୍ରମ କରି, ଶିଶୁ ର ରକ୍ତ ସହିତ ମିଶିଯାଇଥାଏ ଏବଂ ଆପଣଙ୍କ ଶିଶୁର ଅପରିପକ୍ଵ ଯକୃତ ଏହି କଫିନ କୁ ଭାଙ୍ଗିବାରେ ଅସୁବିଧା ସମ୍ମୁଖୀନ ହୁଏ | ପ୍ଲେସେଣ୍ଟା ହେଉଛି ଏକ ଅଙ୍ଗ ଯାହା ମହିଳା ଙ୍କ ଗର୍ଭାବସ୍ଥାରେ ଗର୍ଭାଶୟରେ ବିକଶିତ ହୁଏ | ଏହି ଅଙ୍ଗ ଶିଶୁକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ଵ ଯୋଗାଇଥାଏ ଏବଂ ଶିଶୁର ରକ୍ତରୁ ବର୍ଜ୍ୟ ବସ୍ତୁ ବାହାର
କରିଥାଏ | ଅନୁସନ୍ଧାନରୁ ଜଣାପଡିଛି ଯେ, ମହିଳା ମାନେ ଦିନକୁ ୧୦୦ ରୁ ୩୦୦ ମି.ଗ୍ରା କଫିନ୍ ଖାଉଥିଲେ ଗର୍ଭ ଧାରଣ ବନ୍ଦ ହେବାର ଆଶଙ୍କା ୨.୪ ଗୁଣ ଅଧିକ ହୋଇପାରେ |
3. ମେଲାଟୋନିନ୍ (Melatonin) ହେଉଛି ଏକ ହରମୋନ୍ ଯାହା ମୁଖ୍ୟତ ରାତିରେ ପିନେଲ ଗ୍ରନ୍ଥି (Pineal Gland) ରୁ କ୍ଷରଣ ହୋଇଥାଏ। ଏହା ଆମ ଶରୀର ର ଶୋଇବା ଓ ଜାଗ୍ରତ ଚକ୍ର କୁ ନିୟନ୍ତ୍ରଣ କରିଥାଏ | ଅଧିକ କଫିନ୍ ମେଲାଟୋନିନ୍ ହରମୋନ୍ ର ଉତ୍ପାଦନ ମାତ୍ରା କୁ କମେଇ ଦେଇଥାଏ, ଯାହାଦ୍ଵାରା ଭଲ ନିଦ ପଡିବାରେ ବାଧା ପ୍ରାପ୍ତ ହୋଇଥାଏ |
4. କଫିନ୍ ଶରୀର ରେ ଅମ୍ଳତା ବଢାଇ ଥାଏ ଓ ଛାତି ରେ ଜଳାପୋଡା ରୋଗ ସୃଷ୍ଟି କରେ | ଯେଉଁମାନେ ହୃଦଘାତରେ ଆକ୍ରାନ୍ତ କିମ୍ବା ହୃଦ୍ରୋଗରୁ ମୁକ୍ତି ପାଇଥାନ୍ତି, ସେମାନେ ଚାଠାରୁ
ଦୂରେଇ ରହିବା ଉଚିତ୍ |
5.
ନିୟମିତ ଭାବେ ଅଧିକ ପରିମାଣର କଫିନ୍ ଖାଇବା ଦ୍ୱାରା ମାରାତ୍ମକ
ମୁଣ୍ଡ ବିନ୍ଧା ହେଇପାରେ | କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ ଦୈନିକ ୧୦୦ ମିଗ୍ରା କଫିନ୍ ନେବା
ଦ୍ୱାରା ମୁଣ୍ଡବିନ୍ଧା ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ ।
6. ଏପରିକି ନିୟମିତ ଅଳ୍ପ ପରିମାଣର ଚା ’ପିଇବା ଦ୍ୱାରା କଫିନ୍ ର ନିର୍ଭରଶୀଳତା
ବଢି ପାରେ । କଫିନ୍ ଶରୀର ରେ କ୍ଷଣିକ ଉତ୍ସାହ ଶକ୍ତି ଓ ଚଳ ଚଞ୍ଚଳତା ବୃଦ୍ଧି କରିଥାଏ | କଫିନ୍
ପ୍ରତ୍ୟାହାରରେ ମୁଣ୍ଡ ବିନ୍ଧା, ବିରକ୍ତିକରତା, ହୃଦ ସ୍ପନ୍ଦନ ରେ ବୃଦ୍ଧି ଏବଂ ଥକାପଣ
ହୋଇପାରେ |
7. ଚା ରେ ଟାନିନ (Tanin) ଥାଏ ,
ଯାହାକି ଆମ ଖାଦ୍ୟ ର ଲୌହ କଣିକା ଗ୍ରହଣ କରିବାର ଶକ୍ତି କୁ କମାଇ ଦେଇଥାଏ । ସାଧାରଣତଃ , ଉଦ୍ଭିଦ ଆଧାରିତ ଲୌହ କଣିକା କୁ ଶରୀର ଗ୍ରହଣ କରିପାରିନଥାଏ। ତେଣୁ, ଖାଇବା ପରେ ପରେ ବା ଚା ପିଇବା ର ୧ ଘଣ୍ଟା ପର ପର୍ଯନ୍ତ କିଛି ଖାଇବା ଉଚିତ ନୁହେଁ ।
8. ପ୍ରତିଦିନ ଅଧିକ ପରିମାଣ ରେ ଚା ସେବନ କରିବା ଦ୍ୱାରା, ଏଥିରେ ଥିବା ଅମ୍ଲ ଏବଂ ଟେନିନ୍ ଦାନ୍ତକୁ ହଳଦିଆ କରିଦିଏ | ତେଣୁ, ଚା ପିଇବା ପରେ
ଦାନ୍ତ ଘଷିବା ଆବଶ୍ୟକ |
9. ଚା’ ରେ ଥିବା ଏକ ରାସାୟନିକ ଥିଓଫିଲାଇନ୍ (Theophylline) ହଜମ ସମୟରେ ଜଳୀୟ ସ୍ତର କମାଇ କୋଷ୍ଠ କାଠିନ୍ୟ ସୃଷ୍ଟି କରିଥାଏ | ଅନେକ ବିଶ୍ୱାସ
କରନ୍ତି ଯେ ସକାଳେ ଚା ’ପିଇବା ଦ୍ୱାରା ଝାଡା ପରିଷ୍କାର
ହୋଇଥାଏ ,କିନ୍ତୁ ଅଧିକ
ପରିମାଣରେ ଚା’ ପିଇବା ଦ୍ୱାରା କୋଷ୍ଠ କାଠିନ୍ୟ ମଧ୍ୟ ହୋଇପାରେ |
10. ଚା’ ଅଧିକ ପିଇଲେ ଶରୀରରେ ଫ୍ଲୋରାଇଡ୍ ସ୍ତରକୁ ବୃଦ୍ଧି କରିଥାଏ ଯାହା କି ପରବର୍ତ୍ତୀ
ସମୟରେ ହାଡକୁ ଦୁର୍ବଳ କରିଦିଏ |
ତେଣୁ, ଅତ୍ୟଧିକ ମାତ୍ରା ରେ ଚା ପିଇବା ଶରୀର ପକ୍ଷେ ନିରାପଦ ନୁହେଁ। ଚା ଯେତେ ଖରାପ ନୁହେଁ, ଚା ରେ
ଚିନି ମିସିଲେ ତାହାର ଖରାପ ଗୁଣ ବହୁ ମାତ୍ରା ରେ ବୃଦ୍ଧି କରିଦେଇଥାଏ । ତେଣୁ, ଆପଣଙ୍କର ଚା ଅଭ୍ୟାସ କିପରି ବ୍ୟକ୍ତିଗତ ଭାବରେ ଆପଣଙ୍କୁ ପ୍ରଭାବିତ
କରିନପାରେ ସେଥିପ୍ରତି ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ |
କିଛି ଶିକ୍ଷା ଆପଣଙ୍କର ଶରୀର ପାଇଁ
A very nice health tips...
ReplyDeleteThanks....
Very nice healthy tips...
ReplyDeleteThanks..
very Nice
ReplyDeleteImpressive!! Thank you for making me aware of such an important issue.
ReplyDeleteThanks for Useful Information .
ReplyDelete